ଚଳିତବର୍ଷ ହେବ ନାହିଁ ବୋଲ୍‌ବମ୍‌ ଯାତ୍ରା


ରାଜ୍ୟରେ ମହାମାରୀ କରୋନା ତା’ର କାୟା ବିସ୍ତାର କରିଥିବା ବେଳେ ଏହା ସମସ୍ତଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଏଥିରୁ ରକ୍ଷା ପାଇବା ପାଇଁ ସରକାର ଗୋଟିଏ ପରେ ଗୋଟିଏ କଟକଣା ଜାରି କରିଚାଲିଛନ୍ତି। ବିଶେଷକରି ଭିଡ଼ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ସେହିଦୃଷ୍ଟିରୁ ଚଳିତବର୍ଷ ବୋଲ୍‌ବମ୍‌ ଯାତ୍ରା ହେବ ନାହିଁ ବୋଲି ଶନିବାର ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା। ସେ କହିଛନ୍ତି, ଏକ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଆମେ ସମସ୍ତେ ଗତି କରୁଛେ। ଏହି ମହାମାରୀ ସହ ଲଢ଼ିବା ଯେପରି ସମସ୍ତଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ପରିସ୍ଥିତିକୁ ନଜରରେ ରଖି ସରକାର ଏହି ପଦକ୍ଷେପ ନେଇଛନ୍ତି।
ବୋଲ୍‌ବମ୍‌ ଯାତ୍ରା ସମୟରେ ପ୍ରବଳ ଭିଡ଼ ହେଉଥିବାରୁ ଏପରି ପଦକ୍ଷେପ ନିଆଯାଇଛି। ଏତଦ୍‌ବ୍ୟତୀତ ସମସ୍ତ ଦେବାଳୟ ବନ୍ଦ ଥିବାରୁ ଭକ୍ତଙ୍କ ପାଇଁ କଟକଣା ଜାରି କରାଯାଇଛି। କୌଣସି ଭକ୍ତ ଯେପରି ବୋଲ୍‌ବମ୍‌ ଯାତ୍ରାରେ ନ ଯିବେ ସେଥିପ୍ରତି ସରକାର ତାଗିଦ କରିଛନ୍ତି। କାରଣ କାଉଡ଼ିଆମାନେ ଦୀର୍ଘ କିଲୋମିଟର ପାଦରେ ଚାଲିଚାଲି ଯାଇ ଶୈବପୀଠରେ ଜଳଲାଗି କରିଥାନ୍ତି। ତେଣୁ ସଂକ୍ରମଣ ଆଶଙ୍କା ଥିବାରୁ ସରକାର ଏପରି ସୁଚିନ୍ତିତ ପଦକ୍ଷେପ ନେଇଥିବା ସ୍ବତନ୍ତ୍ର ରିଲିଫ୍‌ କମିଶନର ସୂଚନା ଦେଇଛନ୍ତି।

Comments

Popular posts from this blog

Make PAN CARD free

ଚାଇନିଜ୍ ଆପ୍ ଉପରେ ସରକାର ନିଷେଧ କରିଛନ୍ତି